International Journal of Multidisciplinary Horizon
ISSN No. : XXXX – XXXX
Peer Reviewed Journal
Author’s Helpline : +91 – 8368 241 690
Mail to Editor: [email protected]
ISSN No. : XXXX – XXXX
Peer Reviewed Journal
Author’s Helpline : +91 – 8368 241 690
Mail to Editor: [email protected]
Author(s): ଡା. ସ୍ୱର୍ଗକୁମାରମିଶ୍ର (Dr. Swarga Kumar Mishra)
ତପସ୍ୱିନୀ ମହାକାବ୍ୟ ପ୍ରକୃତିକବିଗଙ୍ଗାଧରଙ୍କର ତପସ୍ୟାର ପୂର୍ଣତା। ଉନବିଂଶଶତକର ପ୍ରଥମଦଶକରେ ବିରଚିତ ସଂସ୍କୃତସାହିତ୍ୟସମକକ୍ଷ ଏକାଦଶସର୍ଗସମ୍ବଳିତ କରୁଣରସାପ୍ଲୁତ ଏହି କାବ୍ୟରେ ଗଙ୍ଗାଧରଙ୍କର ପୂର୍ଣବିକଶିତ କବିପ୍ରତିଭା ମୂର୍ତ୍ତିମନ୍ତ ହୋଇଛି। ମାଳାକାରପରି ସଂସ୍କୃତନିଷ୍ଠଶବ୍ଦମାନଙ୍କୁ ସ୍ୱବିଚାରଚାତୁରୀର ନିକଷରେ ତୁଳି ଉତ୍କଳୀୟଭାବଧାରାରେ ଯୋଡି ଅଧିକମଧୁରତାରେ ରୂପାୟିତ କରି ମହାକାବ୍ୟର କଳାପକ୍ଷକୁ ସମୃଦ୍ଧ କରିଛନ୍ତି କବି। ଆଉ ମଧ୍ୟ, ଆଦିକାବ୍ୟ ରାମାୟଣ ଉପଜୀବ୍ୟ ହେବା କାରଣରୁ ବାଲ୍ମୀକିବ୍ୟାସକାଳିଦାସଭବଭୂତିପ୍ରଭୃତିମହାକବିସମ୍ପ୍ରଦାୟସେବିତସାଧୁ-କାବ୍ୟଚେତନାରେ ଓତଃପ୍ରୋତ ତପସ୍ୱିନୀମହାକାବ୍ୟର ଭାବପକ୍ଷ ଅତ୍ୟନ୍ତ ଉଜ୍ଜ୍ୱଳ ତଥା ରୋଚକ। ସଂସ୍କୃତସାହିତ୍ୟଶାସ୍ତ୍ରକାରଲକ୍ଷିତ ମହାକାବ୍ୟଲକ୍ଷଣ ତପସ୍ୱିନୀ ମହାକାବ୍ୟରେ ପ୍ରତିପଦ ପ୍ରତିଫଳିତ ହୋଇଛି।
ତପସ୍ୱିନୀ ନାୟିକାପ୍ରଧାନ। ମହାକାବ୍ୟର ନାରୀପ୍ରଧାନତା ନାମରୁ ସ୍ପଷ୍ଟ ହେଉଛି। ପରମକଲ୍ୟାଣୀ ଜନକନନ୍ଦିନୀ ସୀତା ସ୍ୱୀୟା ମୁଗ୍ଧା ନାୟିକା ମହାକାବ୍ୟର ମୁଖ୍ୟ ଚରିତ୍ର । ଋଷି ବାଳ୍ମୀକି, ଲବକୁଶ, ଅନୁକମ୍ପା ତଥା ଶିଷ୍ୟଗଣ ମହାକାବ୍ୟରେ ଗୌଣପାତ୍ରରୂପେ ଅବତୀର୍ଣ। ମହାକାବ୍ୟରେ ସମଗ୍ରରାମାୟଣର ଆଦର୍ଶ ଓ ନିର୍ବାସିତା ପତିପ୍ରାଣା ସୀତାଙ୍କର ପବିତ୍ରତା ତଥା ତାଙ୍କ ତ୍ୟାଗପୂତ ଚରିତ୍ରର ମହନୀୟତା ଘଟନାପ୍ରବାହର ମାର୍ମିକତାକୁ ପ୍ରାଣବନ୍ତ କରିଛି। ଗଙ୍ଗାଧରଙ୍କ ସୀତା “ଧର୍ମପତ୍ନୀ ପ୍ରିୟା ନିତ୍ୟଂ ଭର୍ତ୍ତୁଃ ପ୍ରିୟହିତେ ରତା”। ସତୀକୁଳଲଲାମଭୂତା ପତିହିତକାମିନୀ ସେ ବନବାସକୁ ତପସ୍ୟାରେ ପରିଣତକରି ତପସ୍ୱିନୀ ସାଜିଛନ୍ତି। ବନବାସକୁ ସେ ନିଜର କର୍ମଫଳ ବୋଲି ମନେକରି ଅନୁତାପ କରିଛନ୍ତି, ଆଉ ସେହି ଅନୁତାପ ଅଗ୍ନିରେ ସେ ପୁନଃ ଆତ୍ମସମୀକ୍ଷା କରିଛନ୍ତି। ସଖି ଅନୁକମ୍ପାଙ୍କୁ ସେ ସ୍ପଷ୍ଟଭାବେ କହିଛନ୍ତି